ଭାରତ

ଆଜି ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ

(ଦିଲ୍ଲୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚାନନୁଯାୟୀ , ଦିଲ୍ଲୀ ସ୍ଥିତ ବୀର ଭୂମିରେ ପହଞ୍ଚଥିଲେ କଂଗ୍ରେସର ବହୁ ବରିଷ୍ଠ ନେତା । ଏହା ସହିତ ସଚିନ ପାଇଲଟ ମଧ୍ୟ ଏଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ଭୀର ଭୁମିରେ ପହଞ୍ଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗୋଟିଏ ପରେ ଗୋଟିଏ କଂଗ୍ରେସର ବରିଷ୍ଠ ନେତାମାନେ ଭୀର ଭୁମିରେ ପହଞ୍ଚି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଦେଖିବାକୁ   ମିଳିଥିଲା ।

Related posts

ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ

mahabharatanews

ଘୁଞ୍ଚିଲା ଭିନେଶଙ୍କ ପଦକ ଶୁଣାଣି

mahabharatanews

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ଇନ୍ସପେକ୍ଟରଙ୍କ ସହ ଅନ୍ୟ ମହିଳା ମାନେ ପାଳିଲେ ମହିଳା ଦିବସ ।

mahabharatanews