ଓଡିଶା

ନୂଆପଡ଼ାରୁ ବିପୁଳ ମାଓ ସାମଗ୍ରୀ ଜବତ

(ନୂଆପଡ଼ା) : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।  ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି।

ସୂଚନାନୁଯାୟୀ , ମାଓ କ୍ୟାମ୍ପରୁ ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ ଓ ୪ ଗୁଳି ଜବତ ମଧ୍ୟ ହୋଇଛି । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ, ନକ୍ସଲଙ୍କ ଗୁଳିରେ ଏସ୍‌ଓଜି ଯବାନ ପ୍ରକାଶ ସାଇ ଆହତ ହୋଇଥିଲେ। ତାଙ୍କ ବେକରେ ଗୁଳି ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତିଶଗଡ଼ର ଗରିଆବନ୍ଧ ମୁଖ୍ୟ ଡାକ୍ତରଖାନା ପରେ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts

ଆମ୍ବାଦଳା ଷ୍ଟେସନ ନିକଟରେ ମାଳବାହି ଟ୍ରେନର ୬ ବଗି ଲାଇନ ଚ୍ୟୁତ

mahabharatanews

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

mahabharatanews

କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି

mahabharatanews