ଓଡିଶା

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍

(ଭୁବନେଶ୍ୱର) : ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଡେରି ଅଛି। ଏହାଭିତରେ ଡେଙ୍ଗୁ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍ କରିସାରିଲାଣି। ଯାହାକି ଗତବର୍ଷ ଏହି ସମୟ ତୁଳନାରେ ଦୁଇ ଗୁଣାରୁ ଅଧିକ।

ସୂଚନାନୁଯାୟୀ ,  ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ। ମୌସୁମୀ ଓ ଏହାର ପରବର୍ତ୍ତୀ ମାସଗୁଡ଼ିକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଲାଗି ରହୁଛି। ଗତବର୍ଷ ୧୨,୮୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ହେ‌ଲେ ଚଳିତବର୍ଷ ଏହି ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଲାଣି। ଏଡିସ୍‌ ମଶାର ଅଣ୍ଡା ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରେ। ଏବେ କାଳବୈଶାଖୀ ବର୍ଷା କାରଣରୁ ପୂର୍ବରୁ ଥିବା ଅଣ୍ଡାରୁ ଛୁଆ ବାହାରିଛନ୍ତି। ପାଣିପାଗ ବିଭାଗ ଚଳିତବର୍ଷ ଅଧିକ ବର୍ଷା ହେବାର ଅନୁମାନ କରିଛି। ତେଣୁ ଅଧିକ ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Related posts

ଦାଦନ ଶ୍ରମିକ ଚାଲାଣ ବେଳେ ଦଲାଲ ଗିରଫ

mahabharatanews

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

୧୫ରୁ ମାଟ୍ରିକ ଖାତା ଦେଖା 

mahabharatanews