(କନ୍ଧମାଳ) : କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ ଆଜି ସାନି ମତଦାନ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । ସେହିପରି ମହେଶ୍ୱରପିଣ୍ଡା ବୁଥ ଉତେଜନା ଲାଗି ମତଦାନ ବନ୍ଦ ରହିଥିଲା ।
ସୂଚନାନୁଯାୟୀ , ଉକ୍ତ ବୁଥ ଦ୍ବୟର ସମସ୍ତ ନିର୍ବାଚନ ଅଧିକାରୀ ତଥା ଏହା ବ୍ୟତୀତ ଭାରତ ନିର୍ବାଚନ ଆୟୋଗ ଶ୍ରୀ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି । କଣ୍ଟାମାଳ ନିର୍ବାଚନମଣ୍ଡଳୀ ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଏକ ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା।
