ଭାରତ

ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି

(ଦିଲ୍ଲୀ) : ଦେଶର ଅନେକ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ସୋମବାର ଦିନ ପାଣିପାଗ ଏନେଇ ରେଡ୍ ଆଲର୍ଟ ଜାରି କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଟି ଲୋକ ବଢୁଥିବା ତାପମାତ୍ରାକୁ ନେଇ ସଜାଗ ରହିବା ଜରୁରୀ । ଦିନରେ ପ୍ରଚୁରମାତ୍ରାରେ ପାଣି ପିଅନ୍ତୁ । ହାଲକା ରଙ୍ଗ ଓ ଢିଲା କପଡା ପରିଧାନ କରନ୍ତୁ । ବାହାରକୁ ବାହାରୁଥିଲେ ମୁଣ୍ଡ ସହ ପୁରା ଶରୀରକୁ ଢାଙ୍କି ରଖନ୍ତୁ । ମଦ, କଫି, ଚା’ ଆଦି ପିଇବା ବନ୍ଦ କରନ୍ତୁ ।

ସୂଚନାନୁଯାୟୀ , କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନ୍ୟାସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ଜାରି କରାଯାଇ ଥିବା ରିପୋର୍ଟ ମୁତାବକ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଦେଶରେ ୧୬ ହଜାରରୁ ଅଧିକ ଲୋକ ଅଂଶୁଘାତରେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

Related posts

ଅଗ୍ନିକାଣ୍ଡ ଘଟି ଗଲା ୬ ଜୀବନ

mahabharatanews

ନିର୍ବାଚନ ଲଢ଼ିବେ ଲାଲୁ ଯାଦବଙ୍କ ଦୁଇ ଝିଅ 

mahabharatanews

ଆଜି ଲଢ଼ିବେ ଭାରତ-ପାକିସ୍ତାନ : ଅପରାହ୍ନ ଗୋଟାଏ ୩୦ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ

mahabharatanews