ଓଡିଶା

ଜୁନ ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ସବୁ ଦୋକାନ, ବଜାର ବନ୍ଦ

(ଗଂଜାମ) : ନିର୍ବାଚନ ପରେ ବି ଗଞ୍ଜାମରେ ହିଂସା ଉଗ୍ର ରୂପ ଧାରଣ କରିଛି । ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ପୋଲିସ କହିଛି। ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲାରେ କୌଣସି ହୋଟେଲ, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ମତଦାନ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ଉଗ୍ରରୂପ ନେଇଛି ରାଜନୈତିକ ହିଂସା। ଜୁନ ୪ ତାରିଖରେ ଭୋଟଗଣତି ଥିବାବେଳେ ଘୋଷଣା ପରେ ପୁନର୍ବାର ହିଂସାକାଣ୍ଡ ଆଶଙ୍କା ରଖି ଏପରି ଆଗୁଆ ପଦକ୍ଷେପ ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା।

 

Related posts

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews

mahabharatanews

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

mahabharatanews