ଓଡିଶା

ଆସନ୍ତାକାଲି ଭୋଟ ଗଣତି

(ଭୁବନେଶ୍ୱର) : ଆସନ୍ତାକାଲି ଭୋଟ ଗଣତି। ସାମନାକୁ ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ। କାହାକୁ ଜନତା ମୁକୁଟ ପିନ୍ଧାଇବେ ଓ କାହାର ଆଶା ଆଶାରେ ରହିଯିବ ତାହା କାଲି ସ୍ପଷ୍ଟ ହୋଇଯିବ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ। ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛନ୍ତି। ବିଧାନସଭାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଓଡ଼ିଶା ବିଧାନସଭା ଆସନକୁ ନେଇ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି ।

Related posts

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା : ଶିମିଳିପାଳରେ ଏକ ମୃତଦେହ ଠାବ  

mahabharatanews

ଆଗାମୀ ୨୪ ଘଣ୍ଟା କୋହଲା ପାଗ ,ଆଲର୍ଟ ଜାରି

mahabharatanews

ଘନ କୁହୁଡି ପାଇଁ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews