ଭାରତରାଜନୀତି

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ ବୋଲି ମୋଦି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କ ଠାରୁ ଆଶୀର୍ବାଦ ନେବାକୁ ଯାଇଥିଲେ । ଏହି ସମୟରେ ସେ ବରିଷ୍ଠ ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସେଠାବେ ଆଡଭାନୀଙ୍କ ଝିଅ ପ୍ରତିଭା ମଧ୍ୟ ଉପସ୍ଥିତ ଥିଲେ । ପରେ ସେ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କୁ ଭେଟିବାକୁ ଯାଇଥିଲେ । ତେବେ ଏହା ପୂର୍ବରୁ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଜୁନ ୯ ତାରିଖରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ । ତାଙ୍କ ସହିତ ଅନ୍ୟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

ଆରପାରିରେ ସବୁଜ ବିପ୍ଳବର ଜନକ ଏସଏସ ସ୍ୱାମୀନାଥ 

mahabharatanews

 ନୂଆ ସଂସଦ ଭବନରେ ଶୋଭା ବଢ଼ାଇଲା ଜାତୀୟ ପତାକା 

mahabharatanews

ଆସାମରେ ଲଗାତାର ଦୁଇ ଥର ପାଇଁ ବିଜେପି ସରକାର କ୍ଷମତାରେ ଅଛି, ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ମୁସଲିମ ଜନସଂଖ୍ୟା ପାଇଁ କାହିଁକି ଚିନ୍ତିତ?

mahabharatanews