ଭାରତରାଜନୀତି

ବିଗିଡିଲା ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା


ନୂଆଦିଲ୍ଲୀ; ଖରାପ ହେଲା ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା । ତାଙ୍କୁ ତୁରନ୍ତ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିଲେ । ଗତକାଲି ଅର୍ଥାତ ସୋମବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡିଯାଇଥିଲା । ତାଙ୍କ ସୁଗାର ଲେବର କମି ୩୬ ହୋଇଯାଇଥିବା ବେଳେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଗତକାଲି ଏଲଏନଜେପି ହସ୍ପିଟାଲର ଡାକ୍ତରମାନେ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ । ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଜଣାପଡ଼ିବାରୁ ତୁରନ୍ତ ହସ୍ପିଟାଲରେ ଆଡମିଟ ହେବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ସତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଥିଲେ । ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଥିଲେ । ସେ କହିଥିଲେ ତାଙ୍କ ରକ୍ତ ଚାପ ଓ ସର୍କାରସ୍ତର କମିବାରେ ଲାଗିଛି । ତାଙ୍କ ଓଜନ ମଧ୍ୟ ହ୍ରାସ ପାଇଛି । କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି । ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ । ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ ହରିୟାଣା ପାଣି ନ ଛାଡ଼ିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି ବୋଲି କହିଛନ୍ତି ଆତିଶୀ । ମାତ୍ର ଆଜି ଭୋରରୁ ସ୍ୱାସ୍ଥ୍ୟବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଦିଲ୍ଲୀର ଜଳ ସଙ୍କଟ ଦେଖା ଯାଇଥିବା ବେଳେ ହରିୟାଣାର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହଁନ୍ତି । ଏଥି ପାଇଁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତିଶୀ ଅଭିଯୋଗ କରିଛନ୍ତି । ସେପଟେ ଆପ ପକ୍ଷରୁ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

Related posts

ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

mahabharatanews

ପ୍ରାଣ ପ୍ରତିଷ୍ଠା ଉତ୍ସବ:  ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍

mahabharatanews

୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ 

mahabharatanews