ଭାରତ

ଅଗ୍ନିବୀର ପାଇବେ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀର ସ୍କିମକୁ ନେଇ ସରକାରଙ୍କ ବଡ଼ ଘୋଷଣା ।  ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର । ଅଗ୍ନିବୀର ସିଆଇଏସଏଫ ଏବଂ ବିଏସଏଫରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏହା ସହ ତାଙ୍କୁ ଫିଜିକାଲ ଟେଷ୍ଟରେ ମଧ୍ୟ ସୁବିଧା ମିଳିବ ବୋଲି ଗୃହ ମନ୍ତ୍ରାଳୟ ତରଫରୁୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।ବିଏସଏଫ୍ ଡିଜି ନୀତିନ ଅଗ୍ରଓ୍ୱାଲ ଏବଂ ସିଆଇଏସଏଫ୍ ଡିଜି ମୀନା ସିଂହ ସୂଚନା ଦେଇଛନ୍ତି ।

୨୦୨୨ ମସିହା ଜୁନ୍ ୧୮ ତାରିଖରେ ଗୃହ ମନ୍ତ୍ରାଳୟ ଏକ ନୋଟିସ୍ ଜାରି କରିଥିଲା । ଏହି ନୋଟିସରେ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ପୂର୍ବ ଅଗ୍ନିବୀରମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସିଏପିଏ ଭିତରେ ବିଏସଏଫ୍, ସିଆରପିଏଫ୍, ଆଇଟିବିପି, ଏସଏସବି ଏବଂ ସିଆଇଏସଏଫ୍ ରହିଅଛି ।

Related posts

ପୁଣିଥରେ ଜଣେ ବ୍ୟକ୍ତିଙ୍କୁ ମାଡି ବସିଲା ସିଂହ ।

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

mahabharatanews