Uncategorized

ଦେବଦୂତ ସାଜିଲା କୁକୁର, ବର୍ଷାରେ ୮କିମି ଦୌଡ଼ି ବଞ୍ଚାଇଲା ମହିଳାଙ୍କ ଜୀବନ

ନିର୍ଘାତ ବର୍ଷା ସମୟରେ ଦେବଦୂତ ଭାବରେ ଉଭା ହେଲା କୁକୁର । ଟିକିଏ ବିଳମ୍ବ ହୋଇଥିଲେ ପିଶାଚ ସ୍ୱାମୀର ମାଡ଼ରେ ମହିଳାଙ୍କ ଜୀବନ ଚାଲି ଯାଇଥାଆନ୍ତା । ଦୀର୍ଘ ୮ କିମି ରାସ୍ତା ଦୌଡ଼ି ମହିଳାଙ୍କୁ ନୂଆ ଜୀବନ ଦେଇଛି ଏକ ପୋଲିସ କୁକୁର । କର୍ଣ୍ଣାଟକର ଡାଭାନୋଗରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କେବଳ ଏତିକି ନୁହେଁ ଏହି କୁକୁର ପାଇଁ ଜଣେ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ମଧ୍ୟ ଧରିବାକୁ ସକ୍ଷମ ହୋଇଛି ପୋଲିସ ।

ସୂଚନା ଅନୁସାରେ ଗୁୁରୁବାର ଦିନ କର୍ଣ୍ଣାଟକର ସନ୍ଥବେନ୍ନୁର ସ୍ଥିତ ବଡ ରୋଡ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସର ଏକ ଟିମ୍ ମୃତଦେହ ଉଦ୍ଧାର କରିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଏସପି ଉମାଶଙ୍କର ପୋଲିସ କୁକୁର ତୁଙ୍ଗା ୨ ଓ ତା’ର ହ୍ୟାଣ୍ଡେଲର କନଷ୍ଟେବଲ ଶାଫିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଡୋବେରମ୍ୟାନ ପ୍ରଜାତିର ତୁଙ୍ଗା ୨ ମୃତ ବ୍ୟକ୍ତିଙ୍କୁ ସୁଙ୍ଘିବା ପରେ ଚଣାପୁରା ଆଡ଼େ ଦୌଡ଼ିବା ଆରମ୍ଭ କରିଥିଲା। ।

ପ୍ରବଳ ବର୍ଷାରେ ୮ କିମି ଦୌଡ଼ିବା ପରେ ଏକ ଘର ପାଖରେ ଅଟକି ଯାଇଥିଲା ତୁଙ୍ଗା । ଆଉ ସେହି ଘରୁ ପାଟିତୁଣ୍ଡ ଶୁଭୁଥିଲା । ପାଟିତୁଣ୍ଡ ଶୁଣି ପୋଲିସ୍ ତୁରନ୍ତ ଘର ଭିତରକୁ ପଶିଯାଇଥିଲା । ଜଣେ ବ୍ୟକ୍ତି ତା’ ସ୍ତ୍ରୀକୁ ନିର୍ଘାତ ମାଡ଼ ମାରୁଥିବା ଦେଖି ପାରିଥିଲେ ପୋଲିସ୍ କର୍ମୀ । ତୁରନ୍ତ ସ୍ୱାମୀ କବଳରୁ ସ୍ତ୍ରୀକୁ ରକ୍ଷା କରିଥିଲେ । ତେବେ ତୁଙ୍ଗା ପାଇଁ ମହିଳାଙ୍କ ଜୀବନ ବଞ୍ଚିଯାଇଛି, ଟିକିଏ ବିଳମ୍ବ ହୋଇଥିଲେ ପିଟି ପିଟି ତାଙ୍କୁ ତାଙ୍କ ସ୍ୱାମୀ ମାରି ଦେଇଥାଆନ୍ତା ।

ଏବେ ଚସ୍ତ୍ରୀକୁ ମାଡ଼ ମାରୁଥିବା ଅଭିଯୁକ୍ତ ରଙ୍ଗାସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ପୋଲିସ । ଅନ୍ୟପଟେ ଯେଉଁ ହତ୍ୟାକାରୀଙ୍କୁ ଖୋଜୁଥିଲା ପୋଲିସ, ସେ ଆଉ କେହି ନୁହେଁ ରଙ୍ଗାସ୍ୱାମୀ ବୋଲି ତଦନ୍ତରୁ ଜଣାପଡ଼ିଛି । ରାସ୍ତା କଡ଼ରୁ ମିଳିଥିବା ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୩ ବର୍ଷୀୟ ସନ୍ତୋଷ। ରଙ୍ଗାସ୍ୱାମୀ ତାଙ୍କୁ ପେଟ୍ରୋଲ ପମ୍ପ ନିକଟରେ ହାଣି ହତ୍ୟା କରିଥିଲେ।
ସନ୍ତୋଷ ଓ ରୂପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସନ୍ତୋଷଙ୍କୁ ସୁଙ୍ଘିବା ପରେ ରଙ୍ଗାସ୍ୱାମୀଙ୍କ ବାସ୍ନା ତୁଙ୍ଗା ଅନୁଭବ କରିପାରିଥିଲା। ଏହାପରେ ସେ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କ ଜୀବନ ବଞ୍ଚାଇବା ସହ ଅସଲ ଅପରାଧୀକୁ ଧରିପାରିଛି ।

Related posts

ଉପହାର ହଲ ଦୁର୍ଘଟଣା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରିଜ

mahabharatanews

କାଜୁ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବକଙ୍କ ମୃତଦେହ

mahabharatanews

ମୋଟାପଣ ହ୍ରାସ କରିବାକୁ ଚାହୁଁଉନ୍ତି କି? ଆପଣାନ୍ତୁ ଏହି ୨ଆସନ

mahabharatanews