ଓଡିଶାରାଜନୀତି

ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର:  ବିଧାୟକ ଦଳ ନେତା ବାଛିଲା କଂଗ୍ରେସ। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । ସିଏସ୍‌ ରାଜନ ଏକ୍କା ହେଲେ କଂଗ୍ରେସ ମୁଖ୍ୟ ସଚେତକ। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ଯ ଭଙ୍ଗାଯାଇଛି। ପିସିସି ସହ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଧ୍ଯ ଭଙ୍ଗ ହୋଇଛି। AICC ସଭାପତିଙ୍କ ଅନୁମୋଦନ କ୍ରମେ ଭାଙ୍ଗିଛି କଂଗ୍ରେସ କମିଟି। ସେହିପରି ପିସିସି ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ। ତେବେ ରାମଚନ୍ଦ୍ର କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି।

Related posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews