ଓଡିଶାପାଣିପାଗ

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ବର: ଆହୁରି ୪ ଦିନ ପ୍ରବଳ ବର୍ଷିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ୪ ଦିନ ବର୍ଷା ଲାଗି ରହିବ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ। କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କେତୋଟି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ବରଗଡ଼, ସୋନପୁର, ବୌଦ୍ଧ ଓ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ,କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁୁ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ବଜ୍ରକ୍ଷଘାତରେ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

mahabharatanews

ଆସୁଛି ଆଉ ଦୁଇଟି ଲଘୁଚାପ, ଭଲ ବର୍ଷା ସମ୍ଭାବନା

mahabharatanews

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ

mahabharatanews