Uncategorized

ଭୁଶୁଡ଼ିଲା ବିଲ୍ଡିଂ : ଗୋଟିଏ ପରିବାରର ୩ ମହିଳା ମୃତ

ଗୁଜରାଟ ଦ୍ୱାରକାରରେ ବଡ଼ ଅଘଟଣ । ବିଲ୍ଡିଂ ଭୁଶୁଡ଼ି ଗୋଟିଏ ପରିବାରର ୩ ମହିଳାଙ୍କ ମୃତ୍ୟୁ । ପ୍ରବଳ ବର୍ଷା ଯୋଗୁଁ ଦ୍ୱାରକାରରେ ଏକ ତିନି ମହଲା ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଘଟଣା ପରେ ଏନଡିଆରଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସକାଳ ସୁଦ୍ଧା ଘରେ ଥିବା ୬ ଜଣଙ୍କ ମଧ୍ୟରୁ ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭଗ୍ନାବଶେଷ ତଳୁ ଏବେ ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି ଉଦ୍ଧାରକାରୀ ଦଳ ।

ଏନଡିଆରଏଫ ଇନ୍ସପେକ୍ଟର ବିପିନ କୁମାର କହିଛନ୍ତି, ତିନି ମହଲା କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଘରେ ଫସି ରହିଥିବା ଲୋକଙ୍କୁ ଭଗ୍ନାବଶେଷ ଭିତରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।


ସେପଟେ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଜଳବନ୍ଦୀ ଅବସ୍ଥାରେ ଦିନ ବିତାଉଛନ୍ତି ଲୋକେ ।

Related posts

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

mahabharatanews

ଦେଶରେ ୪୩୪ ମୃତ୍ୟୁକୁ ମିଶାଇ ମୋଟ ସଂଖ୍ୟା ୧୭,୮୩୪ରେ ପହଞ୍ଚିଛି

mahabharatanews

ସର୍ବଧର୍ମ ପୂଜା ପରେ ଏୟାର ଫୋର୍ସରେ ସାମିଲ ହେଲା ରାଫେଲ

mahabharatanews