Uncategorized

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। ଏକ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡ଼ିବାରୁ ୨ ଜଣ ଆହତ ହୋଇଛିନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସୂଚନା ଓ ସାଂସ୍କୃତିକ ବିଭାଗ ପକ୍ଷରୁ  ଧନଧାନ୍ୟ ଅଡିଟୋରିୟମରେ ଅଭିନେତା ଉତ୍କଳ କୁମାରଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବାର ଅଧ ଘଣ୍ଟା ପୂର୍ବରୁ ରାସ୍ତାରେ ଅସ୍ଥାୟୀ ଗେଟ୍‌ ଭୁଶୁଡି ପଡିଥିଲା ।

ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଛି। କିନ୍ତୁ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

Related posts

ତାଣ୍ଡବ ରଚିଲା ତୋଫାନ୍

mahabharatanews

ଜେଏନୟୁ ହିଂସା: ହ୍ୱାଟ୍ସଆପ ଗ୍ରୁପ ସଦସ୍ୟଙ୍କ ଫୋନ ଜବତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ନର୍କ ଗୁମ୍ପା

mahabharatanews