ଯାଜପୁର: ଯାଜପୁର ସରକାରୀ ପ୍ରଦକ୍ଷଣ ଗୃହରେ ଆୟୋଜିତ ଜିଲ୍ଲା ପ୍ରଶାସନ ଓ ବିଜେଡି ବୈଠକକୁ ନେଇ କେଁ ସୃଷ୍ଟି ହୋଇଛି । କାରଣ ପ୍ରଶାସନ କାହିଁକି ନିଧିଷ୍ଠ ରାଜେନୖତିକ ଦଳର ଆହୁତ ବୈଠକରେ ସାମିଲ ହୋଇଛନ୍ତି ତାକୁ ନେଇ ପ୍ରଶ୍ନ ଆରମ୍ଭ ହୋଇଛି । ଏପରି ଗୁପ୍ତ ବୈଠକରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ନଥିବା ବେଳେ ପୁରୁଣା କାର୍ଯ୍ୟର ବିଲକୁ ନେଇ ଲାଗିଥିବା ଆଶଙ୍କା ସଂପର୍କରେ ବିଶେଷ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ସହିତ ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ନେତାମାନଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା
କ୍ଷମତା ଗଲାଣି ହେଲେ କ୍ଷମତା ଥିବା ଭଳି ଦବଦବା ଏବେବି କମିନି । ହାରିବା ପରେ ବି ବିଜେଡି ନେତାଙ୍କ କ୍ଷମତାରେ ଥିବା ଭଳି ଠାଣି ଏବେବି କମିନି । ଯାଜପୁର ସର୍କିଟ ହାଉସରେ ବସିଥିଲା ବିଜେଡିର ବୈଠକ । ଏଥିରେ ଯୋଗ ଦେଇଥିଲେ ବବି । ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବସିଥିଲା ବୈଠକ। ଏହି ବୈଠକରେ ବବି କେଉଁଠି ସରକାରୀ ବାବୁଙ୍କୁ ନାଲି ଆଖି ଦେଖାଇଥିଲେ । ସରକାର ବଦଳିବା ପରେ ବାବୁ ଆଉ କଥା ମାନୁ ନଥିବାରୁ ସରକାରୀ ବାବୁଙ୍କୁ କରଯାଇଛି ତାଗିଦ । କୁସୁମା ଅନିୟମିତତା ସାଙ୍ଗକୁ ବିଜେଡି କଣ୍ଟ୍ରାକ୍ଟରଙ୍କ ପାଉଣା ବନ୍ଦ ବଢ଼ାଇଛି ବିଜେଡି ଚିନ୍ତା । ଯାଜପୁର ବିଜେଡି ନେତା କଣ୍ଟ୍ରାକ୍ଟ ନେଇଥିବା ପ୍ରକଳ୍ପର କାମ ତ୍ବରାନୀତ ହେବା ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା । ନୂଆ ସରକାର ଆସିବା ପରେ ଅନେକ ଠିକା କାମ ଠପ ହେବା ସହ ଅନେକ ଠିକାଦାର ତାଙ୍କ ପାଉଣା ପାଉନାହାଁନ୍ତି । କିଛି ଦଳୀୟ ଠିକାଦାର ବିନା ଟେଣ୍ଡରରେ କାମ କରି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଜେଡି ସରକାର ସମୟରେ ଅନେକ ଠିକାଦାର ବେଆଇନ୍ କାମ କରିଛନ୍ତି । ଆଉ ସେଗୁଡିକ ନସରିବା ଯାଏଁ ବିଲ୍ କ୍ଲିୟର ନକରିବାକୁ ବିଜେପି ଦାବି କରିଛି । ଯାହା ପରେ ବଢ଼ିଯାଇଛି ବବିଙ୍କ ଚିନ୍ତା । ତେଣୁ ବବିଙ୍କ ଆଳରେ ପ୍ରମିଳା ଡକାଇଥିଲେ ବୈଠକ । ବୈଠକରେକରାଯାଇଥିଲା ସରକାରୀ ବାବୁଙ୍କୁ ତାଗିଦ୍ ।ନିର୍ବାଚନରେ ବିଜେଡି କ୍ଷମତାରୁ ଯିବା ପରେ ଯାଜପୁରରେ ହୋଇଥିବା ଦୁର୍ନୀତି କଥା ସ୍ପଷ୍ଟ ବାରି ହୋଇପଡ଼ୁଛି । କିଛି ଦିନ ହେବ କୁସୁମା ବଙ୍ଗଳାକୁ ନେଇ ତେଜିଛି ବିବାଦ । ଜିଲ୍ଲା ପ୍ରଶାସନ ଏହାକୁ ଘଣ୍ଟ ନଘୋଡ଼ାଇବାକୁ କେଉଁଆଡେ ଖପ୍ପା ବବି ଦାସ । ଶାସନରୁ ବିଜେଡି ନେତା ଯିବା ପରେ ସରକାରୀ ବାବୁ ଆଉ ସେମାନଙ୍କ କଥା ମାନୁ ନଥିବାରୁ ହରଡ଼ଗଣାରେ ପଡ଼ିଛନ୍ତି ବିଜେଡି ନେତା ।
ଗତ ୧୯ ତାରିଖରେ ଯାଜପୁର ସର୍କିଟ ହାଉସରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ନବନିର୍ବାଚିତ ବିଧାୟକ ଏବଂ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଏକ ବୈଠକ ବସିଥିଲା। ଏଥିରେ ଯାଜପୁର ବିଧାୟକ ସୁଜାତା ସାହୁ, ବିଝାଂରପୁର ବିଧାୟିକା ପ୍ରମିଳ ମଲ୍ଲିକ, ବରୀ ବିଧାୟକ ବିଶ୍ବ ମଲ୍ଲିକ, ପୁର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତ ରାୟ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହ ବ୍ଲକସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ଜିଲ୍ଲା ପ୍ରଶାସନ ନିରପେକ୍ଷ ଭାବେ କାମ କରିବାକୁ ଏହି ବୈଠକ କରିଥିଲୁ। ସେପଟେ ଏ ନେଇ ନେଇ ଯାଜପୁର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ବୈଠକରେ ବଡଚଣା ପୂର୍ବତନ ବିଧାୟକ ଅମର ଶତପଥୀ,କୋରେଇ ବିଧାୟକ ଅଶୋକ ବଳ ଏବଂ ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଂଜନ ଘଡାଇଙ୍କୁ ଦେଖିବାକୁ ମିଳିନଥିଲା ।
ଏପଟେ ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଜେଡି ନେତାଙ୍କ ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। କହିଛନ୍ତି ନିର୍ବାଚିତ ପ୍ରତିନିଧି କଲେକ୍ଟର ଓ ବିଡିଓଙ୍କୁ ନେଇ ସର୍କିଟ ହାଉସରେ ବୈଠକ କରିପାରିବେ । ଜିଲ୍ଲାପାଳ ଏବଂ ଏସପିଙ୍କ ସହ ବିଜେଡିର ନେତାମାନଙ୍କ ବୈଠକର ଉଦ୍ଦେଶ୍ୟ କଣ ବୋଲି ହିମାଂଶୁ ପଚାରିଛନ୍ତି। ହିମାଂଶୁ ଅଭିଯୋଗ କରିଛନ୍ତି, ଜିଲ୍ଲାରେ ହୋଇଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା ।ତେଣୁ ବିନା ଅଡିଟରେ କୌଣସି କାମର ବିଲ୍ ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ କୌଣସି ବିଲକୁ ଅନୁମୋଦନ କରି ନ ଥିଲେ। ଯାହାକୁ ନେଇ ବିଜେଡି ବିଧାୟକ ଓ ନେତାମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ସେ ଅଭିଯୋଗ କରିଛନ୍ତି। ବୈଠକରେ ବିଜେଡି ସହ ସମ୍ପୃକ୍ତ ଠିକାଦାରମାନେ ସାମିଲ ହୋଇଥିବା କହିଛନ୍ତି ବିଧାୟକ।