ଭାରତରାଜନୀତି

ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା : ଭଜନ କିର୍ତ୍ତନ କଲେ, ସେଇଠି ଶୋଇଲେ

ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା । ବିଧାନସଭାକୁ ବେଡରୁମ୍ କରିଦେଲେ ବିଧାୟକ । ଭଜନ,କୀର୍ତ୍ତନ କରିବା ସହ ଭିତରେ ତକିଆ କମ୍ବଳ ପକାଇ ଶୋଇଲେ ବିଧାୟକ । କର୍ଣ୍ଣାଟକ ବିଧାନସଭାରେ ଏଭଳି କିଛି ଦୃଶ୍ୟ ଦେଖିବାପାଇଁ ମିଳିଛି । ‘ଗଟଊଇ’ ପ୍ରସଙ୍ଗକୁ ନେଇ ଗତକାଲି ବିଜେପି ବିଧାୟକମାନେ ଏଭଳି ଢଙ୍ଗରେ ଧାରଣା ଦେଇଛନ୍ତି । ତେବେ ବିଧାନସଭାରେ ହୋଇଥିବା ହଙ୍ଗାମା ଯୋଗୁଁ ପ୍ରକ୍ରିୟାକୁ ଜୁଲାଇ ୨୫ ଯାଏ ସ୍ଥଗିତ ରଖାଯାଇଛି ।
ଗଟଊଇ’ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦେଇଥିଲେ ବିଜେପି ସଦସ୍ୟ। ହେଲେ ସରକାର ଏଥିରେ ଆଲୋଚନା ନ କରି ଗୃହକୁ ଅନିଦ୍ଧିଷ୍ଟକାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଘଟଣାକୁ ବିରୋଧ କରି ଗତକାଲିଠୁ କର୍ଣ୍ଣାଟକ ବିଧାନସଭାରେ ଆନ୍ଦୋଳନରେ ବସିଛନ୍ତି ବିଜେପି ବିଧାୟକ।
ବିରୋଧୀ ଦଳ ନେତା ଆର ଅଶୋକ କହିଛନ୍ତି, ‘କଂଗ୍ରେସରେ ୧୩୬ ଜଣ ବିଧାୟକ ଅଛନ୍ତି। ଯେତେବେଳେ ଆମେ ‘ଗଟଊଇ’ ଦୁର୍ନୀତିରେ ୪୦୦୦ କୋଟି ଟଙ୍କା ଲୁଟ୍ ନେଇ ଏକ ସ୍ଥଗିତାଦେଶ ଆଣିଥିଲୁ, ସେତେବେଳେ ସରକାର ଭୟଭୀତ ହୋଇ ଆଲୋଚନାରୁ ଦୂରେଇ ଯାଉଛନ୍ତି। ସେ ବିନା ଆଲୋଚନାରେ ଫାଇନାନ୍ସ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିଛନ୍ତି।
ଗଟଊଇ ‘ସ୍କାମ’ର ଯାଂଚ ପାଇଁ ଦାବି
ସାମାଜିକ କାର୍ୟ୍ୟକର୍ତ୍ତା ସ୍ନେହାମୋୟୀ କୃଷ୍ଣ ମାଇସୋରର ବିଜୟାନଗର ପୋଲିସ ଷ୍ଟେସନରେ ଏହି ଘୋଟାଲା ନେଇ ଅଭିଯୋଗ କରିଥିଲେ। ଏହି ବିବାଦର ତଦନ୍ତ ଦାବି କରି ସେ କର୍ଣ୍ଣାଟକର ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ବିଭାଗର ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି, ମୈଶୁର ଜିଲ୍ଲା କଲେକ୍ଟର ତଥା ଅନ୍ୟ ସରକାରୀ କର୍ମଚାରୀ ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନା, ଡେପୁଟି କମିଶନର, ତହସିଲଦାର, ସବ୍ ରେଜିଷ୍ଟ୍ରାର ଏବଂ ଗଟଊଇ ର କିଛି ଅଧିକାରୀ ଜମି ଆବଣ୍ଟନ ସ୍କାମରେ ଜଡିତ ଅଛନ୍ତି।

Related posts

ଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ, ୭ଜଣ ମୃତ

mahabharatanews

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

mahabharatanews

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews