bharat

ଗୁଜରାଟରେ ବର୍ଷା ବିତ୍ପାତ, ୮ ମୃତ

ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ ମୋଟର ପମ୍ପ ଯୋଗେ ବେସମେଣ୍ଟରୁ ପାଣି ବଢୁଥିବା ଦେଖାଯାଉଛି ।ବନ୍ୟାପାଣିରେ ସହର ବୁଡ଼ି ରହିଥିବା ବେଳେ ଏନଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି ।

ସେପଟେ ବର୍ଷା ଓ ବନ୍ୟା ଯୋଗୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ସକାଳୁ ଭଦୋଦରା, ସୁରଟ, ଭରୁଚ ଏବଂ ଆନନ୍ଦ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ଏଥିପାଇଁ କେତେକ ସ୍ଥାନରେ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି।

ବର୍ଷା ଓ ବନ୍ୟା ଯୋଗୁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫର ୨୦ଟି ଟିମ୍‌ ଓ ଏନଡିଆରଏଫର ୧୦ଟି ଟିମ୍‌ ନିୟୋଜିତ କରାଯାଇଛି।  ଲଗାତର ବର୍ଷା ଯୋଗୁ ଗୁଜରାଟର ସବୁଠୁ ବଡ଼ ଡ୍ୟାମ୍ ସର୍ଦ୍ଦାର ସରୋବର ଡ୍ୟାମ୍ ୫୪ ପ୍ରତିଶତ ପୂର୍ଣ୍ଣ ହୋଇଛି।

Related posts

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର : ଟଳିଲା ଆତଙ୍କୀ, ଜଣେ ଯବାନ ଆହତ

mahabharatanews

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

mahabharatanews

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

mahabharatanews