bharat

‘ମନ୍‌ କି ବାତ୍‌’ରେ ସମ୍ବଲପୁର ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ

Mann Ki Baat

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁଲାଇ ୨୮) ତାଙ୍କର ରେଡିଓ ସୋ ‘ମନ କି ବାତ’ର ୧୧୨ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲୋକସଭା ନିର୍ବାଚନ ପରେ ଏହା ତାଙ୍କର ଦ୍ୱିତୀୟ ଏବଂ କେନ୍ଦ୍ର ବଜେଟ୍ ୨୦୨୪-୨୫ ର ଉପସ୍ଥାପନା ପରେ ପ୍ରଥମ ସମ୍ବୋଧନ ।

ସେ କହିଛନ୍ତି,ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଲିମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱ ସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଛି । ଦେଶ ପାଇଁ କିଛି କରିବାର ସୁଯୋଗ ଦେଇଥାଏ । ଏଥିପାଇଁ ଦେଶବାସୀଙ୍କ କର୍ତ୍ତବ୍ୟ ହେଲା ଖେଳାଳିଙ୍କ ମନୋବଳ ବଢ଼ାଇବା, ଯାହା ଆମେ କରିବା ଉଚିତ । ସେହିପରି ମ୍ୟାଥସ୍ ଅଲିମ୍ପିୟାନ୍ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଶାଢ଼ି କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି ସମ୍ବଲପୁରୀ ଶାଢ଼ି । ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related posts

ନଦୀ ପାରି ହେଲାବେଳେ ଓଲଟିଲା ଟ୍ରାକ୍ଟର : ପ୍ରଖର ସ୍ରୋତରେ ଭାସିଗଲେ ୮, ୩ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews

ଜିଡିଟାଲେ ପେମେଣ୍ଟ କ୍ଷେତ୍ରରେ ଏପ୍ରିଲି ପହିଲାରୁ ହେବ ବଡ ପରିବର୍ତ୍ତନ ।

mahabharatanews

ଭାଜପା କାର୍ଯ୍ୟକାରୀ ଅଧକ୍ଷ ନୀତିନ ନବୀନ ହେବେ ନୂଆ ରାଷ୍ଟ୍ରିୟ ଅଧକ୍ଷ ।

mahabharatanews