Uncategorized

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମନୁ ଭାକର ଦେଲେ ପ୍ରଥମ ମେଡାଲ

ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂରୁ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ମେଡାଲ୍ ଆଣିଦେଲେ ସୁଟର୍ ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି । ବ୍ରୋଞ୍ଜ ମେଡାଲ ଜିତିବା ପରେ ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ପଦକ ଜିତି ପାରି ନଥିଲେ।

ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ମନୁ ପ୍ରଥମ ପର୍ୟ୍ୟାୟରେ ସେ ୫୦.୪ ସ୍କୋର କରିଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ତାଙ୍କ ସ୍କୋର ୧୦୧.୭ରେ ପହଞ୍ଚିଥିଲା। ମନୁ ଭାକର ୨୨ ଶଟ୍ ପରେ ୨୨୧.୭ ସ୍କୋର କରି ଫାଇନାଲ ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ଥିବା କିମ ୟେଜିଙ୍କ ଠାରୁ ମାତ୍ର ୦.୧ ଦୂରରେ ରହିଥିଲେ।

Related posts

ଜେଏନୟୁ କୁଳପତିଙ୍କ ଇସ୍ତଫା ଦେବା ଜରୁରୀ: ରମେଶ

mahabharatanews

ପକ୍ଷୀ ପ୍ରେମିକଙ୍କ ସହର ନୈନିତାଲ୍

mahabharatanews

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews