ଓଡିଶାଦୁର୍ଘଟଣା

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ‌ରେଳଧାରଣାରୁ ଖସିଲା ୮ ବଗି

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ‌ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି।  ସୂଚନା ଅନୁସାରେ ଆଜି ଭୋର୍‌ ସାଢେ ୪ରେ ମଞ୍ଚେଶ୍ୱର ରେଲ ଷ୍ଟେସନ ଲେବେଲ୍‌କ୍ରସିଂ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣା ପର ଠାରୁ ସବୁ ଟ୍ରେନ୍‌ ଭୁବନେଶ୍ବରରୁ କଟକ ଅଭିମୁଖେ ଓ କଟକରୁ ଭୁବନେଶ୍ବର ଅଭିମୁଖେ ଟ୍ରେନ୍‌ ଚଳାଚଳ ଠପ ହୋଇଯାଇଛି। ଲଗାତାର କିଛି ଦିନ ହେଲା ଟ୍ରେନ୍‌ଗୁଡ଼ିକ ଲାଇନଚ୍ୟୁତ ହେଉଥିବା ନେଇ ଏକ ବଡ଼ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାତିରୁ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଟ୍ରେନ୍‌ ଚାଳଚଳ ସ୍ବାଭାବିକ ହୋଇ ପାରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

Related posts

ଚେକଡ୍ୟାମ ଭିତରକୁ ଖସି ପଡିଲା ଜିପ୍

mahabharatanews

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ଶିମିଳିପାଳର ୩୫ ସ୍ଥାନରେ ଜଳୁଛି ନିଆଁ

mahabharatanews