Uncategorized

ପ୍ୟାରିସ୍ ଅଲିମ୍ପିକ୍ସରେ ବଡ଼ ଅଘଟଣ, ଅଚେତ ହୋଇଗଲେ ସନ୍ତରଣକାରୀ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶୁକ୍ରବାର ଦିନ ଏକ ବଡ଼ ଅଘଟଣ ଅଳ୍ପରେ ଟଳିଯାଇଛି । ଆଜି ସ୍ଲୋଭାକିଆର ସନ୍ତରଣକାରୀ ତମାରା ପୋଟୋକା ଖେଳ ଶେଷ ପରେ ଅଚେତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀଦଳ ତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିବା ଯୋଗୁଁ ନୁହେଁ ବରଂ ଆଜମା ରୋଗ ପାଇଁ ସେ ଅଚେତ ହୋଇଯାଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେବ ତମାରା ପୋଟୋକା ଆସ୍ଥମା ରୋଗରେ ପୀଡ଼ିତ ।

ତମାରାଙ୍କ କୋଚ କହିଛନ୍ତି, ପୋଟୋକା ଖେଳ ଆରମ୍ଭ ପୂର୍ବରୁ ଓ ପାଣି ଭିତରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ। ପାଣି ଭିତରୁ ବାହାରକୁ ଆସିବା ସମୟରେ ସେ ହଠାତ ଅଚେତ ହୋଇପଡ଼ିଥିଲେ। ତେବେ ତମାରା ଅଚେତ ହୋଇଯିବା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସନ୍ତରଣକାରୀ ତମାରା ପୋଟୋକା ଜଣେ ଷ୍ଟାର ଖେଳାଳି ଭାବେ ବେଶ ଜଣାଶୁଣା ।

Related posts

ମଧ୍ୟପ୍ରଦେଶ- ମହାରାଷ୍ଟ୍ର ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ତାଣ୍ଡବ

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

mahabharatanews

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

mahabharatanews