bharat

ୟୁପି-ବିହାରରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୭ ରାଜ୍ୟକୁ ୟେଲୋ ଆଲର୍ଟ

ସାରା ଦେଶରେ ଜାରି ରହିଛି ପ୍ରବଳ ବର୍ଷା । କିଛି ସ୍ଥାନରେ ବାଦଲ ଫଟା ବର୍ଷା ଘଟଣା ସାମ୍ନାକୁ ଆସିଥିବା ବେଳେ ଅନେ ସ୍ଥାନରେ ପ୍ରବଳ ବର୍ଷା ପାଇଁ ଭୂସ୍ଖଳ ଖବର ଆସୁଛି । ବର୍ତ୍ତମାନ ଉତ୍ତରରୁ ଦକ୍ଷିଣ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ମଧ୍ୟପ୍ରଦେଶ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସ୍ଥାନଗୁଡିକରେ ୨୦ ସେମିରୁ ଅଧିକ ବର୍ଷା ରେକର୍ଡ କରାଯାଇପାରେ । ସେହିପରି ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ସୌରାଷ୍ଟ୍ର ଏବଂ କଚ୍ଛ, କୋଙ୍କଣ ଏବଂ ଗୋଆ, ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ୧୨ ସେମି କିମ୍ବା କମ୍ ବର୍ଷା ହେବାର ସମ୍ଭାବନା ରହିଛି ।

ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପୂର୍ବ ଭାରତ ପାଇଁ ଆଇଏମଡି ଦ୍ୱାରା ୟେଲୋ ଆଲର୍ଟ ଜାରି କରାଯାଇଛି। ମଧ୍ୟପ୍ରଦେଶ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ବିହାର, ଝାଡ଼ଖଣ୍ଡ, ଛତିଶଗଡ, ଗୁଜୁରାଟ ଭଳି ରାଜ୍ୟ ପାଇଁ ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ରାଜ୍ୟରେ ପ୍ରକୃତିର ରୌଦ୍ର ରୂପ ଦେଖିବାକୁ ମିଳିବ । ସେଥିପାଇଁ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ସତର୍କତା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ କୁହାଯାଇଛି।

Related posts

ଶାଢ଼ି କିଲର ଆତଙ୍କ, ଗୋଟିଏ ଢଙ୍ଗରେ ୯ ମର୍ଡର

mahabharatanews

ମର୍ଯ୍ୟାଦା ଭୁଲିଗଲେ ବିଧାୟିକା, ଜୋତାରେ ମାରିବା ପାଇଁ ଅଧିକାରୀଙ୍କୁ ଧମକ

mahabharatanews

ସଡକ ଦୁର୍ଘଟଣାରେ ପୀଡିତ ପାଇବେ ନଗଦବିହୀନ ଚିକିତ୍ସା: ନିତିନ ଗଡକରୀ

mahabharatanews