bharat

ସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତା ନମ୍ବର ୱାନ ହୋଇଛନ୍ତି । ମର୍ନିଂ କନ୍ସଲ୍ଟ  ନାମକ ଏକ ସଂସ୍ଥା ଦ୍ୱାରା ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ରାଙ୍କିଂ ପ୍ରକାଶ ପାଇଛି। ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଏକ ସଦ୍ୟତମ ତାଲିକା ଜାରି କରିଛି ଏହି ସଂସ୍ଥା ।

ଏହି ତାଲିକାରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଆହ୍ବାନର ସଫଳତାର ସହ ମୁକାଳିଲା କରି ମୋଦି ବିଶ୍ଵବାସୀଙ୍କ ନିକଟରେ ଜଣେ ଦୃଢ଼ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଥି ସହ ସେ ଭାରତ ମଧ୍ୟ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶାଳ ଅର୍ଥ ନୀତି ରେ ପରିଣତ କରିଛନ୍ତି ।

ସେହିପରି ଏହି ତାଲିକାରେ ସୁଇଜରଲାଣ୍ଡ ଫେଡେରାଲ କାଉନସିଲର ରିଓଲା ଏମହତ (୫୨%), ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସମୋନ ହାରିସ (୪୭%), ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର (୪୫%), ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ (୪୫%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, (୪୨%), ସ୍ପେନ ପ୍ରଧାନମନ୍ତ୍ରୀ ପେଟ୍ରୋ ସାଖେଳ (୪୦%) ଏବଂ ଲଟାଲା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ (୪୦%) ରହିଛନ୍ତି।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରେଟିଂ ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଂଙ୍କ ରେଟିଂ ୨୦ ପ୍ରତିଶତ ରହିଛି।

Related posts

ମୋଦିଙ୍କୁ ପ୍ରଶଂସା କଲେ ରାହୁଲ

mahabharatanews

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତ

mahabharatanews

୫ କିଲୋ ଆଳୁ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

mahabharatanews