ଅପରାଧଓଡିଶା

ସ୍ୱାମୀର ନାରକୀୟ କାଣ୍ଡ, ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା

ଜଳେଶ୍ଵର : ସ୍ୱାମୀର ନାରକୀୟ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀକୁ ବାଲଟିରେ ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଣିଆ ଗାଁରେ ଏହି ଘଟଣା ଘଟିଛି। ସ୍ୱାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ମୃତ ମହିଳା ଜଣଙ୍କ ହେଲେ କବିତା ମହାନ୍ତି। ମଦ ଖାଇବାକୁ ନେଇ କବିତା ଓ ତାଙ୍କ ସ୍ୱାମୀ ବିଦ୍ୟାଧରଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ବିଦ୍ୟାଧର ପ୍ରଚୁର ମଦ ଖାଇ ଘରକୁ ଫେରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଆଜି ସକାଳେ କବିତା ଗାଧୋଇ ବାଥରୁମ୍ରୁ ଆସୁଥିଲେ। ଏହି ସମୟରେ ସଞ୍ଜୟ ଘରେ ଥିବା ଷ୍ଟିଲ ବାଲଟି ଆଣି କବିତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। କବିତା ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ କବିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

 ବିଷ ପିଇଲେ ଚାଷୀ

mahabharatanews

 ୮୭ ଲିଟର ଦେଶୀ ମଦ ଜବତ, ୩୬୦୦ କେଜି ମହୁଲ ପୋଚ ନଷ୍ଟ

mahabharatanews

ପୋଖରୀକୁ ଟ୍ରାକ୍ଟର ଖସି ୪ ମୃତ

mahabharatanews