ଓଡିଶା

ଆଳୁ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ଵର: ରାଜ୍ୟରେ  ଏବେ ପୁଣି ଥରେ ବଢିଛି ଆଳୁ ଦର ।  ଦର ବଢ଼ିବା ପରେ ଜରୁରୀ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ, ଖୁଚୁରା ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ । ବୈଠକ ପରେ ଏବେ ୩୦ରୁ ୩୫ ଟଙ୍କା ଭିତରେ ଆଳୁ ମିଳୁଛି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ବି ୟୁପିରୁ ଆଳୁ ଆସିଛି, ୟୁପି ଆଳୁ ଭଲ କ୍ବାଲିଟିର । ୪୦ରୁ ୫୦ ଟଙ୍କା ଦର ରହିଛି ବୋଲି ଯାହା କୁହାଯାଉଛି, ତାହା ସମ୍ପୁର୍ଣ୍ଣ ମିଛ କଥା । ଏବେ ୩୦ରୁ ୩୫ ଟଙ୍କା ଭିତରେ ଆଳୁ ମିଳୁଛି । ଚଢ଼ା ଦରରେ କେହି ବିକୁଥିଲେ, ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Related posts

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

mahabharatanews

୨୦୦ ଶଯ୍ୟା ବିଶିଷ୍ଟ କରନା ମେଡିକାଲ ପାଇଁ ସହଯୋଗ ର ହାତ ବଢ଼ାଇଲା ନାଲକୋ

mahabharatanews

ରାୟଗଡା ଜିଲ୍ଲାରେ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ

mahabharatanews