bharat

ମର୍ଯ୍ୟାଦା ଭୁଲିଗଲେ ବିଧାୟିକା, ଜୋତାରେ ମାରିବା ପାଇଁ ଅଧିକାରୀଙ୍କୁ ଧମକ

“ଜନତାଙ୍କୁ କ୍ଷମା ମାଗ, ନହେଲେ ଜୋତାରେ ଏପରି ମାରିବି । ସବୁ କିଛି ଭୁଲିଯିବ ।’’ କୌଣସି ଅପରାଧୀ କି ଲଫଙ୍ଗା ଏପରି ଧମକ ଦେଇନାହାନ୍ତି, ବିଜେପି ବିଧାୟକ ମୀନାକ୍ଷୀ ସିଂ ଗୃହ ନିର୍ମାଣ ଅଧିକାରୀଙ୍କୁ ସର୍ବସମ୍ମୁଖରେ ଏପରି କହିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକାରୀ ଜଣକ ଭଗବାନଙ୍କ ମନ୍ଦିର ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି କଲୋନୀର ଲୋକମାନେ । ତେବେ ବିଧୟିକା ମହୋଦୟ ଅଧିକାରୀଙ୍କୁ ଆକଟ କରିବା ବଦଳରେ ଏପରି ବ୍ୟବହାର କରି ନିଜ ମର୍ଯ୍ୟାଦା ହିଁ ଭୁଲି ଯାଇଛନ୍ତି । ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ବୁଲନ୍ଦସହରରେ ଥିବା ଏକ ମନ୍ଦିର ପରିସରକୁ ଜେସିବି ଦ୍ବାରା ନଷ୍ଟ କରାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଖବର ପାଇବା ପରେ ଖୁର୍ଜାର ବିଧାୟକ ମୀନାକ୍ଷୀ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ସ୍ଥାନୀୟଲୋକଙ୍କ ସାମ୍ନାରେ ମୀନାକ୍ଷୀ କ୍ଲାସ ନେଇ ଯାଇଥିଲେ। ଏମିତି କି ବିଧାୟିକା ଅଧିକାରୀଙ୍କୁ ଜୋତା କାଢ଼ି ପିଟିବେ ବୋଲି ବି ଧମକ ଦେଇଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ୬ ରେ ଖୁର୍ଜାସ୍ଥିତ ଏକ କଲୋନି ନିକଟରେ ଥିବା ମନ୍ଦିର ଚାରିପାର୍ଶ୍ବକୁ ଅଧିକାରୀ କିଛି ଲୋକଙ୍କ ସହିତ ବୁଲଡୋଜର ନେଇ ପହଞ୍ଚି ଯାଇଥିଲେ। ଏହାପରେ ଭଙ୍ଗାରୁଜା କରିଥିଲେ । ଏହାଦେଖି ସ୍ଥାୟୀ ବାସିନ୍ଦା ଏହାର ବିରୋଧ କରିଥିଲେ।

ଏହାପରେ ଅଧିକାରୀ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ଏକଥା ଜାଣିବାପରେ ବିଧାୟିକା ମୀନାକ୍ଷୀ ସିଂହ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲେ। ଆଉ କହିଥିଲେ ସ୍ଥାନୀୟ ଲୋକଙ୍କୁ ସଙ୍ଗେସଙ୍ଗେ କ୍ଷମା ମାଗ ନଚେତ ଜୋତା କାଢ଼ି ପିଟିବି।

Related posts

ବର୍ଷାରେ ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ବହୁ ଲୋକ ଦବିଥିବା ଆଶଙ୍କା

mahabharatanews

କ୍ରମାଗତ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ

mahabharatanews

ରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ . . .

mahabharatanews