ଓଡିଶା

ପ୍ରବଳ ବର୍ଷା ପାଇଁ ଏହି ଏହି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

ଭୁବନେଶ୍ବର : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଗଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ବାୟୁ ମଣ୍ଡଳ ଉପରି ଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ। ଆସନ୍ତା ୧୨ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ।

ଏହା ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବ ରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷାର ପରିମାଣ ବଢିବ। ମହାନଦୀର ଉପରି ମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଗତ୨୪ ଘଣ୍ଟାରେ କଟକ ବାଙ୍କୀ​‌ରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭାପୁରରେ ୨୧୦ ମିମି , ବେଗୁନିଆରେ ୧୯୬, ବୀରମହାରାଜପୁରରେ ୧୪୭, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ ହୋଇଛି।

Related posts

ଓଡ଼ିଶା ପୁଲିସରେ ବଡ଼ ପଦକ୍ଷେପ, ବରିଷ୍ଠ IPS ଅଧିକାରୀ ସସ୍ପେଣ୍ଡ

mahabharatanews

ପଥର ଧସି ୩ ଜଣଙ୍କ ମୃତ୍ୟୁ

mahabharatanews

ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି

mahabharatanews