ଓଡିଶା

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା : ଉଭୟଙ୍କୁ ଜୀବିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି।

ସୂଚନା ଅନୁସାରେ ଗତକାଲି କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ଜିଲ୍ଲାର ବାଙ୍କୀ ଅଞ୍ଚଳର ଦୁଇ ଜଣ ପହଞ୍ଚି ଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା।

Related posts

ଧାରା ୧୪୪କୁ ବେଖାତିର କରି ବେଧଡ଼କ ଚାଲିଛି ବାଲି ଉଠାଣ

mahabharatanews

ନୟାଗଡ଼ ଜିଲ୍ଲାକୁ ବ୍ୟାପିଲା କରୋନା

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews