ଓଡିଶା

ରେଳ ଦୁର୍ଘଟଣା : ସାମ୍ନାକୁ ଆସିଲା ସାଙ୍ଘାତିକ ସତ

(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ଠିକ ମାସେ ପୁରିଛି । ଏପର୍ଯ୍ୟନ୍ତ ସେ କରାଳକାଳ ରାତ୍ରିର ଦୃଶ୍ୟ ମନରୁ ଲିଭିନାଥିବା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ ।   ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି । ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ ବି ମହାନ୍ତିଙ୍କୁ ଦାୟି କରାଯାଇଛି । ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ।

ସୂଚନାନୁଯାୟୀ , ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

 

Related posts

ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ବ୍ରିଜ୍

mahabharatanews

୪ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭଗବତ

mahabharatanews

ବଜ୍ରପାତରେ ୧୯ଗାଈ ମୃତ୍ୟୁ

mahabharatanews