ଓଡିଶା

ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ, ୫ ଜଣ ଅଟକ

କେନ୍ଦୁଝର : ପୋଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍ ଗୋରୁ ଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲିଆ ରାସ୍ତାଦେଇ ୫ଟି ଗୋରୁ ବୋଝେଇ ଗାଡ଼ି ଯାଉଥିବାର ଖବର ପାଇଥିଲା ପୋଲିସ । ଆଉ ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଗୋରୁ ମାଫିଆ।

ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହାର କଡ଼ା ଜବାବ ଦେଇଥିଲା ପୋଲିସ । ପୋଲିସ ଗୋରୁ ମାଫିଆଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥରେ ଜଣେ ଗୋରୁ ମାଫିଆ ଆହତ ହୋଇଛନ୍ତି। ପୋଲିସ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି।

Related posts

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

mahabharatanews

ଦାଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

mahabharatanews

ଯବାନ ଓ ମାଓବାଦୀ ମୁହାଁମୁହିଁ, ଦୁଇ ଘଣ୍ଟା ଗୁଳିବିନିମୟ

mahabharatanews