କେନ୍ଦୁଝର : ପୋଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍ ଗୋରୁ ଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତେବେ ପୋଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲିଆ ରାସ୍ତାଦେଇ ୫ଟି ଗୋରୁ ବୋଝେଇ ଗାଡ଼ି ଯାଉଥିବାର ଖବର ପାଇଥିଲା ପୋଲିସ । ଆଉ ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଗୋରୁ ମାଫିଆ।
ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହାର କଡ଼ା ଜବାବ ଦେଇଥିଲା ପୋଲିସ । ପୋଲିସ ଗୋରୁ ମାଫିଆଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥରେ ଜଣେ ଗୋରୁ ମାଫିଆ ଆହତ ହୋଇଛନ୍ତି। ପୋଲିସ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି।
