ଅପରାଧ

ବିିଦେଶୀ ଚାକିରି ଓ ବିଏମଡବ୍ଲ୍ୟୁ ଗାଡ଼ି ଦେଖାଇ ବାହାହେଲେ ଯୁବକ, ହେଲେ…

 ଗ୍ୱାଲିୟର : ଚକଚକିଆ ବିଏମଡବ୍ଲ୍ୟୁ ଗାଡ଼ି ଆଉ ବିଦେଶରେ ଚାକିରି କରିଥିବା କହି ଠକିଦେଲେ ଯୁବକ । ଯୁବକଙ୍କ ଫଟୋକୁ ବିଏମଡବ୍ଲ୍ୟୁ କାର ସହ ଦେଖି ଯୁବତୀ ଜଣକ ମଧ୍ୟ ଭଳି ଯାଇଥିଲେ । ଭଲରେ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ହେଲେ ବିବାହ ପରେ ଜଣାପଡ଼ିଲା ଯୁବକଙ୍କ ବିଦେଶୀ ଚାକିିରି କଥା । ନା ଥିଲା ଚାକିରି ନା ବିଏମଡବ୍ଲ୍ୟୁ ଗାଡ଼ି । ମଧ୍ୟପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏବେ ଯୁବକ ଜଣକ ଫେରାର ଥିବାବେଳେ ମାମଲା ଥାନାକୁ ପହଞ୍ଚି ଯାଇଛି ।

ଯୁବକ ଜଣକ ମଧ୍ୟପ୍ରଦେଶର ଗ୍ୱାଲିୟରର ବାସିନ୍ଦା । ଯୁବତୀ ଜଣକ ଆଗ୍ରାର। ସୋସିଆଲ ମିଡିଆ ଜରିଆରେ ଉଭଙ୍କ ବନ୍ଧୁତା ହୋଇଥିଲା। କିଛି ଦିନ କଥାବାର୍ତ୍ତା ପରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପୂର୍ବରୁ ଯୁବକ ଜଣକ କହିଥିଲେ, ତାଙ୍କ ପାଖରେ ବିଏମଡବ୍ଲ୍ୟୁ ଥିବା ସହ ସେ କାନାଡାରେ ଚାକିରି କରନ୍ତି। ଦରମା ମାସକୁ ୩ ଲକ୍ଷ ଟଙ୍କା । ସୋସିଆଲ ମିଡିଆରେ ଯୁବକଙ୍କର ବିଳାସପୂର୍ଣ୍ଣ ଗାଡି ସହ ଫଟୋ ମଧ୍ୟ ଥିଲା। ଯୁବତୀ ଜଣକ ଏସବୁ ସତ ବୋଲି ଭାବିଥିଲେ।

ଉଭୟ ପରିବାର ଲୋକେ ରାଜି ହେବା ପରେ ସେମାନଙ୍କର ୮ ମାସ ପୂର୍ବରୁ ବିବାହ ହୋଇଥିଲା। ଯୁବତୀ ଜଣକ ଗ୍ୱାଲିୟର ପହଞ୍ଚିବା ପରେ ଯୁବକଙ୍କ ବିଷୟରେ ସମସ୍ତ ସତ ଜାଣି ପାରିଥିଲେ। ସତ ସାମ୍ନାକୁ ଆସିବା ପରେ ଯୁବକ ଜଣକ ବିଦେଶରେ କାମର ବାହାନା କରି ଫେରାର ହୋଇ ଯାଇଥିବା ଜଣାପଡିଛି। ଯୁବତୀ ଜଣକ କିଛି ଦିନ ଶାଶୁ ଘରେ ରହିବା ପରେ ନିଜ ବାପ ଘରକୁ ଫେରି ଆସିଥିଲେ। ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Related posts

ବେଆଇନ ପଥର ବୋଝେଇ ଟ୍ରକ ଜବତ

mahabharatanews

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପି କାର୍ୟ୍ୟାଳୟର ସୁପରଭାଇଜର

mahabharatanews

ଅବକାରୀ ବିଭାଗର ଚଢାଉ

mahabharatanews