ଓଡିଶା

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

ବ୍ୟୁରୋ : ଶୂନ୍ୟକାଳରେ ବିଜେପି ବିଧାୟକ ବାବୁ ସିଂ ଗତକାଲି ଗଞ୍ଜାମରେ ଯାତ୍ରା ପେଣ୍ଡାଲରୁ ଆସିଥିବା ଚିନ୍ତା ଜନକ ଦୃଶ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆମେ ସରକାରକୁ ଆସିଛୁ କିନ୍ତୁ କେଉଁଠି ନା କେଉଁଠି ଆମ କଳା ସଂସ୍କୃତି ଅତି ତଳକୁ ଖସି ଯାଇଛି । ସଂସ୍କୃତିକୁ ନଷ୍ଟ ଓ ଅପଭ୍ରଂଶ କରିବାକୁ ଚାହୁଛନ୍ତି ତାଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନର ଆବଶ୍ୟକ ରହିଛି । ଯାତ୍ରା ପୂର୍ବରୁ ସେନ୍ସର ଦ୍ଵାରା ସୀମା ନିର୍ଧାରଣ ଆବଶ୍ୟକ ରହିଛି । ପେଣ୍ଡାଲରେ ଘୁଷୁରୀ ମାଂସ ଓ କୁକୁଡ଼ା ମାଂସ ଖାଇବା ଆମ ସଂସ୍କୃତି ପ୍ରତି କୁଠାର ଘାତ । ଏହା ଉପରେ ବାଚସ୍ପତି ମହୋଦୟ ଧ୍ୟାନ ଦେବାକୁ ନିବେଦନ କଲେ ଏକାମ୍ର ବିଧାୟକ ।

Related posts

ଜଟଣୀରେ ହୋମି ଭାଭା କର୍କଟ ରୋଗ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

mahabharatanews

ଶାଢୀ ଦୋକାନରେ ନିଆଁ ଲାଗି ଏକ କୋଟି ଟଙ୍କାର କ୍ଷତି

mahabharatanews

ଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନା

mahabharatanews