ଓଡିଶା

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

ବ୍ୟୁରୋ : ନୂଆ R&R ପଲିସି ଆସିବ। ୨୦୦୬ R&R ସଂଶୋଧନ କରି ୨୦୨୫ ରେ ନୂଆ ଆଧୁନିକ R&R ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି। ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି। ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ।

ପ୍ରଶ୍ନକାଳରେ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେଉଁ ସରକାର ଅମଳରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି।

ବିଗତ ସରକାର ସମୟରେ ଜମି ପଟ୍ଟା ଲିଫ ଲେଟ ପରି ବଣ୍ଟା ଯାଉଥିଲା। କିନ୍ତୁ ଲୋକଙ୍କୁ ବାରମ୍ବାର ଦୌଡୁଥିଲେ ବି ଜମି ମିଳୁନଥିଲା। ଯେଉଁ ସରକାର ଅମଳରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ମନ୍ତ୍ରୀ କହିଛନ୍ତି କନସିଭ ଯିଏ କରିଥାନ୍ତୁ ନା କାହିଁକି ଡେଲିଭରି କରିବେ ସୁରେଶ ପୂଜାରୀ। ଏହା ସହ କୌଣସି ଆଦିବାସୀ ଜମିରେ ସରକାରୀ ଅନୁଷ୍ଠାନ ହୋଇଥିଲେ ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବ। ଜମି ପ୍ରମାଣ ପତ୍ର ଦେଖାଇଲେ ଅନ୍ୟତ୍ର ଜମି ଦିଆଯିବ।

Related posts

ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି

mahabharatanews

ଋଷିକୂଲ୍ୟା ନଦୀ ଗଣ୍ଡରେ ବୁଡି ମହିଳା ମୃତ୍ୟୁ

mahabharatanews

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews