ଅପରାଧଓଡିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ:- ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚଢାଉ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି । ଅନୁଗୁଳ, ଭୁବନେଶ୍ୱର, ସୁନ୍ଦରଗଡ, ଗଞ୍ଜାମ ଓ ରାଉରକେଲାରେ ଚଢାଉ ଚାଲିଥିବା ସୂଚନା ମିଳିଛି । ଚଢାଉରେ ତିନି ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସଆଇ ଉପସ୍ଥିତ ରହିଛନ୍ତି । ଚଢ଼ାଉ ଜାରି ରହିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ ।

ତେବେ ଚଢାଉ ହୋଇଥିବା ସ୍ଥାନ ଗୁଡିକ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା। ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡ, ଏମ/୨୦ରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା। ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୩, ଅରୋଭିଲା-୧, ଫେଜ୍-୩। ଭୁବନେଶ୍ୱରର ଘାଟିକିଆରେ ଫ୍ଲାଟ୍ ନଂ.୪୦୨, ଅରୋଭିଲା-୧, ଫେଜ୍-୩। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର। ଗଞ୍ଜାମ ଜିଲ୍ଲା ବେହେରାସାହିର ପୁରୁଷୋତ୍ତମପୁରର ଆଲାଡିଗାଁ ଗ୍ରାମରେ ତାଙ୍କ ଶ୍ୱଶୁର ଘର। ଅନୁଗୁଳର ୩ଆରଏ/୧ ଜଳସେଚନ କଲୋନୀରେ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର। ଅନୁଗୁଳର ଜଳସେଚନ ଡିଭିଜନରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ।

Related posts

ଟ୍ରେନ ଭିତରେ ମାଡି ବସିଲା ପୋଲିସ

mahabharatanews

ସୁନା ବ୍ୟବସାୟୀ ଅପହରଣ ନେଇ ଥାନାରେ ଅଭିଯୋଗ

mahabharatanews

ବାସୁଦେବପୁର ଯୁବ ଆର୍ଯ୍ୟ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews