ଅପରାଧଓଡିଶା

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ  କୋଟପଲ୍ଲା ଏବଂ ଓସ୍ତପୁର ଦୁଇ ଗାଁ ମଧ୍ୟରେ ହିଂସାକାଣ୍ଡ। ହିଂସାକାଣ୍ଡରେ ପ୍ରବଳ ଟେକା ପଥର ମାଡ଼ ସହ ବଜାରରେ ଥିବା ଅଧିକାଂଶ ଦୋକାନ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ହିଂସାକାଣ୍ଡ ଫଳରେ ଉଭୟ ପାର୍ଶ୍ଵରେ ଯିବା ଆସିବା ବନ୍ଦ ସହ ଗାଡ଼ି ମଟର ଅଟକ ରହିଛି। କୋଟପଲ୍ଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଥିବା ବେଳେ ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା। କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ ସହିତ ଖୋର୍ଦ୍ଧା ଏସପି ଓ SDPO ପହଁଚି ସ୍ତିତି ଅନୁଧ୍ୟାୟନ କରିଛନ୍ତି।

village c

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ଶ୍ରୀଜଗନ୍ନାଥ ବିମାନବନ୍ଦର; ପାଚେରି ବୁଲା କାମ ଶେଷ

mahabharatanews

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews