ଦେଶ ବିଦେଶଭାରତଵାଣିଜ୍ୟ

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ‘ନିତି’ ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିପାରନ୍ତି । ଏପରି ହେଲେ  ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ ହେବ । ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ । ମିଶ୍ରଣ ପରେ ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟାକରଣ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ । ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢୁଛି । ଉଦ୍ଦେଶ୍ୟ ରହିଛି, ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିଭିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ସହିତ  ବଡ଼ ଆକାରରେ ଋଣ ଦେଇପାରିବ।

Related posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews

ଇରାନ ସୀମାରେ ଆମେରିକୀୟ ଯୁଦ୍ଧ ଜାହାଜ

mahabharatanews

ଆଟଲାଣ୍ଟିକ୍‌ରେ ଭୟଙ୍କର ଝଡ଼

mahabharatanews