ଅପରାଧଓଡିଶା

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ମଙ୍ଗଳବାର ଏନେଇ କେନ୍ଦ୍ର ସରକାରଙ୍କ ଉପସଚିବ ରାଜୀବ କୁମାର ଖାରେଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଆଇ ଏହି ମାମଲା ୪ ଟି ଦିଗରୁ ତଦନ୍ତ କରିବ । ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁପାରିଶ କରିଥିଲେ ।

Why a Revamping of the CBI Is Necessary - The Wire

ଓଡିଶା ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ସିବିଆଇ ଦ୍ୱାରା କରାଯିବ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ, ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଥିଲା । ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବାର ସନ୍ଦେହ କରାଯାଉଛି । ଏଥିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ରହିଛି । ତେଣୁ ଏହାର ଉପଯୁକ୍ତ ବିସ୍ତୃତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ତେଣୁ ଆଜି ଏନେଇ କେନ୍ଦ୍ର ସରକାରଙ୍କ ଉପସଚିବ ରାଜୀବ କୁମାର ଖାରେଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଆଇ ଏହି ମାମଲା ୪ଟି ଦିଗରୁ ତଦନ୍ତ କରିବ । ମାମଲାରେ ସମ୍ପୃକ୍ତ ବ୍ୟକ୍ତି, ମାମଲାର ଷଡଯନ୍ତ୍ର, ଅପରାଧିକ ଓ ପ୍ରୋତ୍ସାହନର ଦିଗ ଉପରେ ତଦନ୍ତ କରିବେ । ଘଟଣାର ତଦନ୍ତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଅକ୍ଟୋବର ୩୧ ତାରିଖରେ ଆବେଦନ କରାଯାଇଥିଲା ।

Related posts

ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଧରା ପଡିଲେ ୫ ନକଲି ଶିକ୍ଷକ

mahabharatanews

ଅଗ୍ନିକାଣ୍ଡରେ ୬ ବଖରା ପୋଡ଼ି ପାଉଁଁଶ

mahabharatanews