ମନୋରଞ୍ଜନ

ପରିବାର ଏବଂ ଗୋପନୀୟତା ପ୍ରତି ପୂର୍ଣ୍ଣ ସମ୍ମାନ ବଜାୟ ରଖିବାକୁ ଅନୁରୋଧ

ଧର୍ମେନ୍ଦ୍ରଙ୍କ ମୃତୁ୍ୟ ଗୁଜବ ଉପରେ ମୁହଁ ଖୋଲିଲେ ଦ୍ୱିତୀୟ ପତ୍ନୀ ହେମାମାଳିନୀ । ନିଜ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି । ପୋଷ୍ଟରେ କହିଛନ୍ତି ଯେ, “ସେ (ଧର୍ମେନ୍ଦ୍ର) ଚିକିତ୍ସା ପ୍ରତି ପ୍ରତିକ୍ରିୟା ଦେଉଛନ୍ତି ଏବଂ ସୁସ୍ଥ ହେଉଛନ୍ତି।” ହେମାମାଳିନୀ ଲୋକମାନଙ୍କୁ ତାଙ୍କ ପରିବାର ଏବଂ ଗୋପନୀୟତା ପ୍ରତି ପୂର୍ଣ୍ଣ ସମ୍ମାନ ବଜାୟ ରଖିବାକୁ ଅନୁରୋଧ କରିଥିଲେ।
ଅଭିନେତ୍ରୀ-ରାଜନେତା ହେମା ମାଳିନୀ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାର “ଦାବିହୀନ” ଗଣମାଧ୍ୟମ କଭରେଜକୁ ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଯାହା ଘଟୁଛି ତାହା ଅକ୍ଷମଣୀୟ! ଚିକିତ୍ସା ପ୍ରତି ପ୍ରତିକ୍ରିୟା ପ୍ରକାଶ କରୁଥିବା ଏବଂ ଉନ୍ନତି କରୁଥିବା ଜଣେ ପୁରୁଷଙ୍କ ବିଷୟରେ ଦାୟିତ୍ୱବାନ ଚ୍ୟାନେଲଗୁଡ଼ିକ କିପରି ମିଥ୍ୟା ଖବର ପ୍ରସାର କରିପାରିବେ? ଏହା ଅତ୍ୟନ୍ତ ଅସମ୍ମାନଜନକ ଏବଂ ଦାୟିତ୍ୱହୀନ। ଦୟାକରି ପରିବାର ଏବଂ ସେମାନଙ୍କର ଗୋପନୀୟତାର ଆବଶ୍ୟକତାକୁ ସମ୍ମାନ କରନ୍ତୁ।” ଗୁଜବ ଖବର ପ୍ରସଙ୍ଗରେ ହେମା କହିଛନ୍ତି, ‘ସମାଜରେ ଏମିତି ବି ଲୋକ ଅଛନ୍ତି ମୁଁ ବିଶ୍ବାସ କରି ପାରୁ ନାହିଁ। ଜଣେ ମଣିଷ ଜୀବିତ ଅଛନ୍ତି କିନ୍ତୁ ତାକୁ ମାରି ଦିଆଯାଉଛି। ଏସବୁ ଯାହା ଘଟୁଛି ଆଦୌ ସେ ସବୁକୁ କ୍ଷମା ଦିଆଯାଇ ପାରିବ ନାହିଁ।
ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ଟେଲିଭିଜନର ଅନେକ ଲୋକପ୍ରିୟ ଚ୍ୟାନେଲଗୁଡ଼ିକ ବାଜି ଉଠିଥିଲା। କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଲେ‌ାକେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରି ଦେଇଥିଲେ। ଏଭଳି ସମୟରେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ହେମା, ଝିଅ ଇଶା ଦେୱାଲଙ୍କ ସମେତ ସମ୍ପର୍କୀୟମାନେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହେମା ମାଳିନୀ, ସନି ଦେଓଲ ଏବଂ ବବି ଦେଓଲ ସମେତ ସମଗ୍ର ଦେଓଲ ପରିବାର ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ହସ୍ପିଟାଲରେ ପରିବାରକୁ ଭେଟିଥିଲେ। ଅଭିନେତା ଗୋବିନ୍ଦା ମଧ୍ୟ ହସ୍ପିଟାଲରେ ଦେଖାଯାଇଥିଲେ।

Related posts

ଛାଡପତ୍ର ମାମଲା : ଝିଅକୁ ପୁନର୍ବାର ଚିନ୍ତା କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

mahabharatanews

ମୁଁ ମନ୍ଦିର ଆଗକୁ ବି ଯିବି’ : ସାରା

mahabharatanews

୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’

mahabharatanews