ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଏମ୍ଇ ସ୍କୁଲଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଆଧୁନିକ ଯୁଗରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯକ୍ରମରେ ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁନସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ସଭାପତି ନାରାୟଣ ସାହୁ , ପ୍ରମୋଦ ସେଲମା ଆତିଥ୍ୟ ଗ୍ରହଣ କରିଥିବା ବେଳେ ସଂପାଦକ ଶୁଶାନ୍ତ ମେହେର ମଞ୍ଚ ପରିଚାଳନା କରୁଥିଲେ । ସେହିପରି ତୋଷାଳୀ ସାମ୍ୱାଦିକ ସଂଘ ତୁଷୁରା ଠାରେ ମଧ୍ୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସମାଜସେବୀ ବିରେନ୍ଦ୍ର ବାଗ , ଡକ୍ଟର ହେମନ୍ତ କୁମାର ଦାସ , ସଭାପତି ଶମ୍ଭୁ ପ୍ରସାଦ ସାହୁ , ମନୋଜ ଜୈନ୍ , ଦେବବ୍ରତ ପାଣିଗ୍ରାହୀ , ମଞ୍ଚାଷିନ ଥିଲେ । ଉକ୍ତ କାର୍ଯକ୍ରମରେ ରଞ୍ଜନ ବାଗ, ଲକ୍ଷ୍ମୀ କାନ୍ତ ସାହୁ, ରମାକାନ୍ତ ରାଜପାଲିଆ, ରୁଦ୍ର ଡନ୍ଦସେନ, ଅରବିନ୍ଦ ବିଶ୍ଵାଳ, ହରିଶଙ୍କର ବାଗ, ନିତା ସାହୁ, ମାମି କୁମାରୀ ପ୍ରଧାନ , ମନୁ ମହାକୁର, ସୁନ୍ଦର ଗୌରୀ ସାହୁ, ଚୌଧୁରୀ ସାହୁ , ପଞ୍ଚାନନ ନାୟକ ଓ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ଓ ତୋଷାଳୀ ସାମ୍ୱାଦିକ ସଂଘ ତୁଷୁରାର ସମସ୍ତ ସଦସ୍ୟ ସହଯୋଗ କରିଥଲେ ।
