ଓଡିଶା

ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର

ରକ୍ତଦାନ ମହତ ଦାନ l ମଣିଷ ଜୀବନରେ ରକ୍ତ ର ଆବଶ୍ୟକ ଅନେକ, ତେଣୁ ପ୍ରତ୍ୟେକ ମଣିଷ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ମହାବିଦ୍ୟାଳୟ ର ଏନସିସି ଆଲୁମିନି ସଦସ୍ୟ l ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ର ଆୟୋଜନ ଅବସରରେ ଅତିଥି ଭାବରେ ଯୋଗଦେଇଥିଲେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଏବଂ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା l

ଏହି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ରେ ପୁରାତନ ଏବଂ ବର୍ତମାନ ର ଛାତ୍ରଛାତ୍ରୀ ମାନଙ୍କ ରକ୍ତଦାନ ର ଉତ୍କଣ୍ଠା ଓ ସହଯୋଗ ମନୋଭାବ କୁ ଦୁଇ ପ୍ରଶାସନିକ ଅଧିକାରୀ ପ୍ରଶଂସା କରିବା ସହିତ ଆଜିର ସମସ୍ତ ଯୁବପିଢ଼ି ଏହିଭଳି ସମାଜ ସେବା କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ l ଯେଭଳି ମହାନ ଋଷି ଦଧୀଚି ସମାଜର ମଙ୍ଗଳ ପାଇଁ ନିଜର ଅସ୍ଥିଦାନ କରି ଯୁଗ ଯୁଗ ପାଇଁ ଅମର ହୋଇଛନ୍ତି ଠିକ ସେହିପରି ପ୍ରତ୍ୟେକ ଯୁବପିଢ଼ି ନିଜର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହିତ ବିଭିନ୍ନ ଦୁର୍ଘଟଣା ହେଉ କିମ୍ବା ଗରିବ ଲୋକଟିର ଅପରେସନ ସମୟରେ ତୁମର ରକ୍ତରେ ତାଙ୍କୁ ଜୀବିତ କରିବା ସହିତ ଅନେକ ପରିବାର ର ମୁଖରେ ହସ ଫୁଟାଇବାର ରକ୍ତଦାନ ମହତ ଦାନ ବୋଲି କହିଛନ୍ତି ପାରାଦୀପ କଲେଜ ଏନସିସି ଆଲୁମିନି ସଦସ୍ୟ l

Related posts

ଶ୍ରୀ ମନ୍ଦିର ପ୍ରକଳ୍ପ ପ୍ରତିଷ୍ଠା: ଆଜି ଅଙ୍କୁର ପୂଜନ

mahabharatanews

କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

mahabharatanews

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

mahabharatanews