ଓଡିଶା

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ।  ଦେବଗଡ ଜିଲ୍ଲାବାରକୋଟ ବ୍ଲକ କାଦୋପଡା ସୋସାଇଟି ର ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଗିରଫ । ଚାଷୀ ଫେରସ୍ତ କରୁଥିବା ଋଣ ଟଙ୍କାକୁ ବ୍ୟକ୍ତିଗତ ଭାବେ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଚାଷୀମାନଙ୍କ ‌ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ପାକ୍ସ ସଂପାଦକଙ୍କୁ ଗରିଫ କରିଛି । ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ ଶ୍ରୀ ସାହୁଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଛି । ଗିରଫ ପରେ ଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Related posts

ସମ୍ବଲପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ

mahabharatanews

କରୋନା ଖବର ପ୍ରସାରଣ ଉପରେ ଅଙ୍କୁଶ, ଗାଇଡଲାଇନ୍ ଜାରି

mahabharatanews

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews