ଓଡିଶା

ଗରିବ ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କଲେ ମନ୍ତ୍ରୀ

ଆବାସ ହିତାଧିକାରୀଙ୍କୁ ମାଗଣା ବାଲି । ଆଉ ଘର ପାଇଁ ଆସୁବିଧାରେ ପଡିବେନି ଗରିବ ହିତାଧୀକାରୀ । ଏଥର ମାଗଣା ବାଲିରେ ଘର ତିଆରୀ କରିପାରିବେ  ରୀ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାଲି ପାଇଁ ସରକାର ସମସ୍ତ ଟଙ୍କା ବହନ କରିବେ । ତେବେ ରାଜ୍ୟରେ ଏନେକ ଗରିବବାସୀ ଅଛନ୍ତି । ଯେଉଁମାନଙ୍କୁ ଆବାସ ଯୋଜନା ମିଳିବା ପରେ ଘରେ ଖଣ୍ଡେ କରିବା ପାଇଁ ଅସମର୍ଥ ହେଇପଡୁଛନ୍ତି । ଯାହାଫଳରେ ପକ୍କାଘରରୁ ବଞ୍ଜିତ ହେଉଛନ୍ତି ଗରିବ ହିତାଧୀକାରୀ । ସରକାର ବିଭିନ୍ନ ପ୍ରକାର ଅଭିଯୋଗ ଶୁଣିବା ପରେ ଗରିବ ହିତାଧିକାରୀଙ୍କ ପାଇଁ ମାଗଣାରେ ବାଲି ଯୋଗାଇ ଦେବାକୁ କହିଛନ୍ତି । ଏବେ ମାଗଣା ବାଲିରେ ଗରିବ ଖଟିଖିଆ ଲୋକଟି ନିଜର ପକ୍କା ଘରେ ମୁଣ୍ଡ ଗୁଞ୍ଜି ରହିପାରିବେ ।

Related posts

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ୍

mahabharatanews

ଦୂତି ପ୍ରେମିକାଙ୍କୁ ସଫଳତାର ଶ୍ରେୟ ଦେବା ପରେ ସରସ୍ୱତୀଙ୍କ ପ୍ରଶ୍ନ

mahabharatanews

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

mahabharatanews