ଓଡିଶାଦୁର୍ଘଟଣା

ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡ

ଗୁଣପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଅଗ୍ନିକାଣ୍ଡ ଘଟିଛି । ୩ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। । ୩ଟି ପରିବାରର ଲୋକ ଦିନ ମଜୁରିଆ ଭାବେ କାମ କରନ୍ତି । ସମସ୍ତେ କାମ କରିବାକୁ ଯାଇଥିବା ବେଳେ ଘରେ କେହି ନଥିବାବେଳେ ନିଆଁ ଲାଗିଯାଇଥିଲା। ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ବର୍ତ୍ତମାନ୍ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନି ବିପନ୍ନ ସମସ୍ତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

 

Related posts

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

mahabharatanews

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ

mahabharatanews

କାଳବୈଶାଖୀରେ ବେହାଲ ଟ୍ୱିନ୍‌ସିଟି

mahabharatanews