ଓଡିଶା

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର । ଓଡିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ଉଷୁନା ଧାନ କିଣିବା ସହ ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅନୁରୋଧ କ୍ରମେ ଓଡିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ ଟନ କରାଯାଇଛି । ଠିକ ସେହିପରି ରବି ଫସଲ ପାଇଁ ମଧ୍ୟ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ ଟନରୁ ବୃଦ୍ଧି କରାଯାଇ ୧୧ ଲକ୍ଷ ମେଟ୍ରିକ ଟନ କରାଯାଇଛି ।

ତେବେ ଏହି ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର । ଡବଲ ଇଞ୍ଜିନ୍ ସରକାର ସବୁବେଳେ ‘ଅନ୍ନଦାତା’ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି । ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ଓଡ଼ିଶାର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ମୋଦି ସରକାରଙ୍କ ଏହି ସମୟୋଚିତ ନିଷ୍ପତ୍ତି ରାଜ୍ୟର ଅର୍ଥନୀତି ଓ ଆମ ଚାଷୀ ଭାଇଭଉଣୀଙ୍କ ହାତମୁଠାକୁ ମଜଭୁତ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।

Related posts

ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଟଳିଗଲେ କ୍ରିକେଟର

mahabharatanews

୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews