ଓଡିଶା

ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ କରିବା ନେଇ ସଚେତନତା ବାଇକ ରାଲି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ରାଜଦାଣ୍ଡ  ଠାରେ ଗଜପତି ବ୍ଲଡ ଡୋନର ପକ୍ଷରୁ ରକ୍ତ ଦାନ କରିବା ସକାଶେ ଏକ ସଚେତନତା ବାଇକ ରାଲି  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ  ମାନ୍ୟବର ପାରଳ। ବିଧାୟକ ଇଂ  ରୂପଶେ ପାଣିଗ୍ରାହୀ ଓ  ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ର ହାନାଙ୍ଗା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରି ଥିଲେ ପରେ ସଚେତନତା ରାଲି ସହର ପରିକ୍ରମା କରି ସଚେତନତା କରାଇ ଥିଲେ । ଏହି ସଚେତନତା ରାଲିର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକେ ସଚେତନ ହୋଇ ରକ୍ତ ଦାନ କରିବେ,ବହୁତ ଲୋକ ସମୟରେ ରକ୍ତ ର ଆବଶ୍ୟକତା ରହିଥିବା ବେଳେ ରକ୍ତ ର ଅଭାବ ଯୋଗୁଁ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି।

ତେଣୁ ରକ୍ତ ଦାନ ଏକ ମହା ପୁଣ୍ୟ। ରକ୍ତ  ଦାନ କଲେ କିଛି ଲୋକଙ୍କ ଜୀବନ ବଞ୍ଚିଯାଇ ଥାଏ।ପ୍ରକାଶ ଥାଉ କି ଆଗାମୀ 14 ଡିସେମ୍ବରରେ ଗଜପତି ବ୍ଲଡ଼ ଡୋନର ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଆଜିର ଏହି ସଚେତନତା  ବାଇକ ରାଲିରେ ଗଜପତି ବ୍ଲଡ଼ ଡୋନେର ଉପସଭାପତି ଏସ. ଋଷି, କ୍ରାନ୍ତି,କୈଳାସ,ଅମ୍ବିକା ଜଗତ,ଲକି ପ୍ରବୀନ, ସୁସ୍ମିତା, ସୁଲତା ,ସୁନିତା ରଥ, ମୋହିନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews

୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

mahabharatanews

ଓଡିଶାକୁ ବାତ୍ୟା ଆଶଙ୍କା ନାହିଁ: କେନ୍ଦ୍ର ପାଣିପାଗ ବିଭାଗ

mahabharatanews