ଓଡିଶା

ଓଡ଼ିଶାରେ ବଢୁଛି ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା

ଓଡ଼ିଶା ପର୍ୟ୍ୟଟନ ପ୍ରତି ବଢୁଛି ବିଦେଶୀଙ୍କ ଆଗ୍ରହ । ଓଡ଼ିଶାରେ ବଢୁଛି ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା । ୫ ବର୍ଷ ରେ ଓଡ଼ିଶା ଆସିଲେଣି ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ୟ୍ୟଟକ । ୨୦୨୦ ରେ ୧୦ ହଜାର ୨୦୬ ପର୍ୟ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ୟ୍ୟଟକ । ୨୦୨୨ ରେ ୨୨ ହଜାର ୧୭୨ ବିଦେଶୀ ପର୍ୟ୍ୟଟକ । ୨୦୨୩ ରେ ୪୫ ହଜାର ୧୭୩ ବିଦେଶୀ ପର୍ୟ୍ୟଟକ । ୨୦୨୪ ରେ ୫୩ ହଜାର ୩୯୨ ବିଦେଶୀ ପର୍ୟ୍ୟଟକ । ଜାପାନ ରୁ ସବୁଠାରୁ ଅଧିକ ବିଦେଶୀ ପର୍ୟ୍ୟଟକ ଆସିଛନ୍ତି ଓଡ଼ିଶା । ଯାହାର ସଂଖ୍ୟା ହେଉଛି ୪ ହଜାର ୪୨୩ ବିଦେଶୀ ପର୍ୟ୍ୟଟକ । ଜାପାନ ପରେ ଦ୍ୱିତୀୟ ରେ ରହିଛି ଇଟାଲୀ, ୩ ହାଜର ୮୩୦ ଇଟାଲୀ ପର୍ୟ୍ୟଟକ ଓଡ଼ିଶା ଆସିଛନ୍ତି । ସେହିପରି ଜର୍ମାନୀରୁ ୩୭୨୨, ୟୁକେ ରୁ ୩୭୧୫, ପ୍ରାନ୍ସ ରୁ ୩୦୦୮ ବିଦେଶୀ ପର୍ୟ୍ୟଟକ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି । ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related posts

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

mahabharatanews

ଉଛୁଳୁଛି ହୀରାକୁଦ; ଖୋଲିଲା ଆଉ ୩ଟି ଗେଟ 

mahabharatanews

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews