ଦେଶ ବିଦେଶଭାରତ

ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା, ଏକ୍ୟୁଆଇ ପାର କଲା ୪୫୦

ଦିଲ୍ଲୀରେ ଗ୍ରାପ-୪ ଲାଗୁ ହେବା ପରେ ମଧ୍ୟ ବିପଦପୂର୍ଣ୍ଣ ରହିଛି ଦିଲ୍ଲୀ ପ୍ରଦୂଷଣ । ଡିସେମ୍ବର ଶେଷ ସପ୍ତାହରେ ଥଣ୍ଡା ସହିତ ବିଷାକ୍ତ ବାୟୁ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଦ୍ରୁତ ଗତିରେ ଖରାପ ହେଉଥିବାରୁ, କର୍ତ୍ତୃପକ୍ଷ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନର ଚତୁର୍ଥ ପର୍ଯ୍ୟାୟ ଅଧୀନରେ କଠୋରତମ କଟକଣା ଜାରି କରିଛନ୍ତି, ଯାହା ଫଳରେ ସମଗ୍ର ଅଞ୍ଚଳରେ ଜରୁରୀକାଳୀନ କଟକଣା ଜାରି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀରେ ଅଧିକାଂଶ ସ୍ଥାନରୁ ବାୟୁର ଗୁଣବତ୍ତା ୪୦୦ ପରେ ରହିଛି । ସିପିସିବି ଅନୁସାରେ, ଦିଲ୍ଲୀର ଆନନ୍ଦ ବିହାରରେ ୪୬୩ ଏକ୍ୟୁଆଇ, ଅଶୋକ ବିବାହରେ ୪୪୩, ଜାହାଙ୍ଗୀରପୁରରେ ୪୪୫, ମୁଣ୍ଡକାରେ ୪୪୭, ନେହରୁ ନଗରରେ ୪୪୯, ଓଖଲା ଫେଜ-୨ରେ ୪୪୯, ବିବେକ ବିହାରରେ ୪୪୪, ବଜିରପୁର ୪୪୦ ରହିଛି ।

ସେହିପରି ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ୩୭୮, ଆଇଟିଆଇ ଦିଲ୍ଲୀରେ ୩୮୫, ସିଆରଆରଆଇ ମଥୁରା ରୋଡରେ ୩୮୮ ଭଳି ଏକ୍ୟୁଆଇ ରେକର୍ଡ କରାଯାଇଛି । ଏକ ସରକାରୀ ଆଦେଶରେ, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ପ୍ରଶାସନିକ ସଚିବ ଏବଂ ବିଭାଗ ମୁଖ୍ୟମାନେ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ, ଶାରୀରିକ ଭାବରେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ଉପସ୍ଥିତ ରହିବେ ନାହିଁ।”ଅବଶିଷ୍ଟ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ, ଯଦି ପ୍ରଶାସନିକ ସଚିବ ଏବଂ ବିଭାଗୀୟ ମୁଖ୍ୟମାନେ ଜରୁରୀ ଏବଂ ଜରୁରୀକାଳୀନ ସାର୍ବଜନୀନ ସେବାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଧିକାରୀ/କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡାକିପାରିବେ,” ନିର୍ଦ୍ଦେଶରେ କୁହାଯାଇଛି। ପ୍ରଦୂଷଣ ବଢୁଥିବା ଦେଖି ଗ୍ରାପ-୪ ଲାଗୁ ହୋଇଥିଲା । ଏହା ଅଧିନରେ ନିର୍ମାଣ କାର୍ଯ୍ୟରେ ରୋକ, ଗାଡ଼ି ଉପରେ ପ୍ରତିବନ୍ଧକ, ୱାକର୍ ଫ୍ରମ ହୋମ, ସ୍କୁଲରେ ଅନଲାଇନ କ୍ଲାସ ଇତ୍ୟାଦି କରାଯାଇଥିଲା । କିନ୍ତୁ ଏସବୁ ପଦକ୍ଷେପ ପରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣବତ୍ତାରେ କୌଣସି ସୁଧାର ଆସୁନାହିଁ ।

Related posts

୧୭ ମାସ ପରେ ସ୍ତ୍ରୀଙ୍କ ସହ ଚା’ ପିଇଲେ, ଫଟୋ ସେୟାର କଲେ ସିସୋଦିଆ

mahabharatanews

ଆପର ଦିଲ୍ଲୀ ମଡେଲ କେବଳ ଲୋକ ଦେଖାଣିଆ: ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews