ଓଡିଶା

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ବ୍ୟାରିକେଡ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ବ୍ୟାରିକେଡ । ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଛି ଏହି ବ୍ୟାରିକେଡ । ନୂଆବର୍ଷ ପୂର୍ବରୁ ମନ୍ଦିରରେ ପ୍ରବେଶ ପାଇଁ ଏହି ଅସ୍ଥାୟୀ ବ୍ୟାରିକେଡ ଲଗାଯାଇଛି । ରାତି ପାହିଲେ ବଡଦିନ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିବ ପର୍ଯ୍ୟଟକଙ୍କ ଭିଡ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ହେବ ପର୍ଯ୍ୟଟକଙ୍କ ଭିଡ ।

ଏହି ଭିଡକୁ ଦୃଷ୍ଟିରେ ରଖି ଏହି ବ୍ୟାରିକେଡ ଲଗାଯାଇଛି । ଏହାଫଳରେ ଧାଡିରେ ଯାଇ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖିପାରିବେ ପର୍ଯ୍ୟଟକ । ତେବେ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସୁବିଧାରେ ବୁଲିବା ପାଇଁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟିକେଟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି । ଯାହାଫଳରେ ଆଉ ଟିକେଟ କଳାବଜାରୀ ହୋଇ ପାରିବନାହିଁ ।

Related posts

କୋଇଲା ଦୁର୍ନୀତିରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ

mahabharatanews

ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

mahabharatanews

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews