ଓଡିଶା

ଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ

 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମଦିନ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ଅଟଳ ଜୀଙ୍କ ସ୍ମୃତି ଚାରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ରାଘବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତ୍ତାମାନେ ଅଟଳ ଜୀଙ୍କର ଦେଶ ପ୍ରତି ରହିଥିବା ଅବଦାନ, ତାଙ୍କର ଓଜସ୍ୱୀ ଭାଷଣ ଏବଂ ସୁଶାସନର ନୀତିକୁ ମନେ ପକାଇଥିଲେ। ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ବାଜପେୟୀଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଣିଆ ଅଞ୍ଚଳର ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂକଳ୍ପ ନେଇଥିଲେ। ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଏହି ଅବସରରେ ଆଲୋଚନା କରାଯାଇଥିଲା।

Related posts

ପାଇକମାଳ ବିନ୍ଧ୍ୟବାସିନୀ କଲେଜ୍ ରେ ବାର୍ଷିକ ଉତ୍ସବ

mahabharatanews

କ୍ୱାରେଣ୍ଟାଇନରେ ଜଟଣୀ ଥାନାର ୨୦

mahabharatanews

ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ

mahabharatanews